ସିଏମଆରଏଫକୁ ୨୦ ଲକ୍ଷ ଟଙ୍କା ଦାନ କଲେ ରାଜ୍ୟପାଳ, ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ୱର-ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ନିଜର ଡିସକ୍ରେସନାରୀ ଗ୍ରାଂଟରୁ ଏହି ଅର୍ଥ ସେ ସିଏମଆରଏଫକୁ ପ୍ରଦାନ କରିଛନ୍ତି । କୋଭିଡ ମହାମାରୀ ବିରୋଧରେ ଲଢେଇ ଦୃଢ କରିବା ପାଇଁ ସମସ୍ତେ ମୁକ୍ତ ହସ୍ତରେ ସିଏମଆରଏଫକୁ ଦାନ କରିବା ପାଇଁ ଅପିଲ କରିଛନ୍ତି ରାଜ୍ୟପାଳ ।

ସିଏମଆରଏଫକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାମାରୀ ବିରୋଧରେ ଲଢେଇରେ ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Comments are closed.