ରାଜଧାନୀରେ ଟିକା କେନ୍ଦ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କଲେ ବିଏମସି କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ

ଭୁବନେଶ୍ୱର- ଜଳ ସଂପଦ ବିଭାଗର ପ୍ରମୁଖ ସଚିବ ତଥା ଭୁବନେଶ୍ୱର ମହାନଗର ନିଗମର କୋଭିଡ ପର୍ଯ୍ୟବେକ୍ଷକ ଅନୁଗର୍ଗ ରାଜଧାନୀରେ ୩ଟି ଟିକା କେନ୍ଦ୍ର ପରିଦର୍ଶନ କରିଛନ୍ତି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଓ ଅନ୍ୟ ଅଧିକାରୀଙ୍କ ସହ ଅନୁ ଗର୍ଗ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିଏମସି ହସପିଟାଲ୍‌, ବରଗଡ ଓ ୟୁନିଟ-୩ ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ପରିଦର୍ଶନ କରିଥିଲେ ।

ପରାମର୍ଶ ସତ୍ତ୍ୱେ କିଛି କେନ୍ଦ୍ରରେ ଲୋକେ ବିନା ସ୍ଲଟ ବୁକିଂରେ ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା । ଅଯଥା ଭିଡ ନ କରିବାକୁ ଅନୁ ଗର୍ଗ ପରାମର୍ଶ ଦେବା ସହ ଲୋକଙ୍କୁ ବୁଝାଇ ଥିଲେ । ଟିକାକରଣ କେନ୍ଦ୍ରରେ ଭିଡକୁ ଦେଖି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଲାଇନ କରିବାକୁ କହିଥିଲେ ଅନୁ ଗର୍ଗ । ଟେଷ୍ଟିଂ ଓ ଟିକାକରଣକୁ ପୃଥକ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.