ଓଡିଶାର କୋଭିଡ ଲଢେଇରେ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଟୀକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର

ଭୁବନେଶ୍ୱର-କୋଭିଡ ମୁକାବିଲା କ୍ଷେତ୍ରରେ ଆଉ ଏକ ଗୁୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱର ପ୍ରମୁଖ ଟୀକା ଉତ୍ପାଦନକାରୀ କଂପାନୀରୁ ଟୀକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏଥିପାଇଁ ଏକ ବୈଷୟିକ କମିଠ ଗଠନ କରାଯିବ । ରାଜ୍ୟ ସରକାର ନିଜସ୍ୱ ସମ୍ବଳର ବିନିଯୋଗ କରି କୋଭିଡ ବିରୋଧରେ ଲଢେଇକୁ ଜୋରଦାର କରିବାକୁ ଉଦ୍ୟମ ସ୍ୱରୂପ ଏହି ନିଷ୍ପତ୍ତି ନେଇଛନ୍ତି । କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ତ୍ୟାଗ ମନୋଭାବକୁ କ୍ୟାବିନେଟ ଭୂୟସୀ ପ୍ରଶଂସା କରିଛି ।

Comments are closed.