ରାଜ୍ୟରେ ଦୈନିକ କୋରୋନା ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ,୨୪ ଘଂଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଶହରୁ ତଳେ , ଖୋର୍ଧା ଜିଲ୍ଲାରେ ସଂଖ୍ୟା ୨ ଶହରୁ କମ୍

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ହୋଇଛି । ଗତ ୨୪ ଘଂଟାରେ ୧୭ ଶହ ତଳକୁ ଖସିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୧ ହଜାର ୬୯୫ଟି ନୂଆ ମାମଲା ସାମନାକୁ ଆସିଛି । ଖୋର୍ଧା ଜିଲ୍ଲାରେ ବି ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିଛି । ବେଶ କିଛିଦିନ ପରେ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ଶହରୁ ତଳକୁ ଖସି ୧୮୩ ହୋଇଛି । କଟକରୁ ୧୦୩ , ବାଲେଶ୍ୱରରୁ ୧୨୮, ସୁନ୍ଦରଗଡରୁ ୧୧୦, ନୂଆପଡାରୁ ୯୨, ଅନୁଗୁଳରୁ ୮୩, ବଲାଙ୍ଗୀରରୁ ୬୫,ଜଗତସିଂହପୁରରୁ ୭୭, ୧ାଜପୁରରୁ ୫୭, କେନ୍ଦୁଝରରୁ ୭୩, ନବରଂଗପୁରରୁ ୫୧, ପୁରୀରୁ ୫୧ ଓ ଗଂଜାମ ଜିଲ୍ଲାରୁ ୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ୫୮୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୯ ହଜାର ୪୧୮ । ସକ୍ରିୟ ମାମଲା ସଂଖ୍ୟା ରହିିଛି ୧୮ ହଜାର ୮୮୨ । ଏଣେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୫ ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Comments are closed.