ସେନାର କ୍ୟାଂଟିନରେ ଲାଗୁ ହେବ ଆତ୍ମନିର୍ଭର ଭାରତ ଯୋଜନା, ଚୀନ୍ ଓ ଅନ୍ୟ ଦେଶର ସାମଗ୍ରୀ ହେବ ବ୍ୟାନ୍

ନୂଆଦିଲ୍ଲୀ – ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ଦେଶରେ ନିର୍ମିତ ସାମଗ୍ରୀର ପ୍ରସାର ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ କ୍ୟାଂଟିନ ଷ୍ଟୋର୍ ଡିପାର୍ଟମେଂଟ୍ –ସିଏସଡିରେ ଚୀନ୍ ସମେତ ଅନ୍ୟ ଦେଶଗୁଡିକରୁ ଆସୁଥିବା ସାମଗ୍ରୀ ବ୍ୟାନ କରିବାକୁ ଯୋଜନା କରୁଛି । ସୂତ୍ରରୁ ଜଣାପଡିଛି ଯେ, ଅନ୍ୟଦେଶରୁ ସଂପୂଣ୍ଣ ର୍ ଭାବେ ନିର୍ମିତ ହୋଇ ଆସୁଥିବା ସାମଗ୍ରୀଗୁଡିକୁ ବ୍ୟାନ କରାଯିବ । ଏହା ହେଲେ ବିଦେଶରୁ ପ୍ୟାକ୍ ହୋଇ ଆସୁଥିବା ମଦର ବିକ୍ରି ବି ବନ୍ଦ ହୋଇଯିବ । ଉଦାହରଣ ସ୍ୱରୂପ ସ୍କଟଲାଣ୍ଡରୁ ଆସୁଥିବା ସ୍କଚ୍ ବ୍ରାଣ୍ଡ୍ ର ମଦ ଆଉ କ୍ୟାଂଟିନରେ ମିଳିବ ନାହିଁ । କାରଣ ଏହା ସଂପୂର୍ଣ୍ଣ ଭାବେ ସ୍କଟଲାଣ୍ଡରେ ନିର୍ମିତ ହୋଇ ଆସୁଛି ।

ସିଏସଡି ଦେଶରେ ସବୁଠୁ ବଡ ରିଟେଲ ଷ୍ଟୋର୍ ଚେନ ଚଳାଉଛି । ସାରା ଦେଶରେ ସିଏସଡିର ୩ ହଜାରରୁ ୫ ଶହରୁ ଅଧିକ କ୍ୟାଂଟିନ ରହିଛି । ଏସବୁ କ୍ୟାଂଟିନରେ ୫ ହଜାରରୁ ଅଧିକ ଉତ୍ପାଦ ବିକ୍ରି କରାଯାଏ । ଏଥିମଧ୍ୟରୁ ୪ ଶହ ଉତ୍ପାଦ ବିଦେଶରୁ ଆମଦାନୀ ହୋଇଥାଏ ।

Comments are closed.