ବୈଜୟନ୍ତ ଓ ଜଗିଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ, ତଦନ୍ତରେ ଅଗ୍ରଗତି ହୋଇ ନ ଥିବା ଦର୍ଶାଇ ସାମାଜିକ ସଂଗଠନର କ୍ଷୋଭ

ନୂଆଦିଲ୍ଲୀ – ବୈଜୟନ୍ତ ପଣ୍ଡା ଓ ତାଙ୍କ ସ୍ତ୍ରୀ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ । ଏ ନେଇ ଖୁଲାସା କରିଛି ସାମାଜିକ ସଂଗଠନ ‘ପାଥ୍‌’ । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ପାଥ୍ ପକ୍ଷରୁ କୁହାଯାଇଛି ଯେ, ମନି ଲଣ୍ଡ୍ରିଂ ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ବର୍ଷ ଫେବ୍ରୁଆରୀ ୭ ତାରିଖରେ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଏ ଯାଏଁ ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ ବୋଲି ପାଥ୍ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ବୈଜୟନ୍ତ,ଜଗି ଓ ସେମାନଙ୍କ ନିକଟ ସଂପର୍କୀୟ ମଂଜୁଳା ପଣ୍ଡାଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ ଆସିଥିଲା । ଆୟକର ବିଭାଗ ନିକଟରେ ଏ ନେଇ ଅଭିଯୋଗ ବି ହୋଇଥିଲା । ଏ ନେଇ ଏକ ଜାତୀୟ ଇଂରାଜୀ ଦୈଇନିରେ ଖବର ପ୍ରକାଶ ପାଇଥିଲା । ମିଛ କଂପାନି ଗଠନ କରି ସେମାନେ ୧୭ କୋଟି ୭୨ ଲକ୍ଷ ଟଙ୍କା ବିଦେଶରୁ ହାସଲ କରିଥିବା ନେଇ ପଣ୍ଡା ଦଂପତି ଓ ତାଙ୍କ ସହଯୋଗିଙ୍କ ବିରୋଧରେ ଅଭିଯୋଗ ଆସିଥିଲା । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର ରେକର୍ଡ କିଛି ନାହିଁ ବୋଲି ଅଭିଯୋଗ କୁହାଯାଉଥିଲା ।

Comments are closed.