ଭାରତରେ ହ୍ରାସ ପାଉଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ ଘଂଟାରେ ୪୩,୮୯୩ ନୂଆ ମାମଲା, ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ପାର

ନୂଆଦିଲ୍ଲୀ – ଭାରତରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୩ ହଜାର ୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କୋରୋନା ସଂଖ୍ୟା ୭୯ ଲକ୍ଷ ୯୦ ହଜାର ୩୨୨ରେ ପହଂଚିଛି । ଏଥିରୁ ୭୨ ଲକ୍ଷ ୫୯ ହଜାର ୫୦୯ ସୁସ୍ଥ ହୋଇସାରିଲେଣି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬ ଲକ୍ଷ ୧୦ ହଜାର ୮୦୩ । ଗତ ୨୪ ଘଂଟା ମଧ୍ୟରେ ୫୦୮ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏଥିସହ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୦କୁ ବୃଦ୍ଧି ପାଇଛି ।

Comments are closed.