ରାଜ୍ୟରେ ପୁଣି ଥରେ ବିପୁଳ ପରିମାଣରେ ଗଂଜେଇ ଜବତ, ୟୁପିକୁ ଚୋରା ଚାଲାଣ ବେଳେ ରାୟଗଡା ଜିଲ୍ଲାରେ ୫୭୨ କିଲୋ ଗଂଜେଇ ଜବତ କଲା ପୋଲିସ

ରାୟଗଡା- ରାୟଗଡା ଜିଲ୍ଲାରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ରାୟଗଡା ଜିଲ୍ଲା ଗୁଡାରୀ ପୋଲିସ ୫୭୨ କିଲୋଗ୍ରାମ ଗଂଜେଇ ଚାଲାଣ ହେଉଥିବା ବେଳେ ଜବତ କରିଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷରୁ ଅଧିକ ହେବ । ପଡୋଶୀ ଗଜପତି ଜିଲ୍ଲାର ରାଇପଙ୍କାରୁ ପଦ୍ମପୁର, ଗୁମୁଡା ଓ ରାମନାଗୁଡା ଦେଇ ୟୁପିକୁ ଏକ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ସଂପର୍କରେ ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା । ଗଂଜେଇ ବୋଝେଇ ଟ୍ରକକୁ ଅଟକାଯାଇ ଖାନତଲାସୀ ପରେ ୧୩ଟି ଗଂଜେଇ ବ୍ୟାଗ୍ ମିଳିଥିଲା । ଟ୍ରକରେ ଥିବା ଲୋକେ ଫେରାର ହୋଇଯାଇଛନ୍ତି । ପୋଲିସ ଟ୍ରକ ସମେତ ଏକ ଏଟିଏମ କାର୍ଡ, ମୋବାଇଲ ଫୋନ ଜବତ କରିଛି । ଅଧିକ ତଦନ୍ତ ଜାରି ରହିଛି ।

Comments are closed.