ସୁରକ୍ଷାବଳ-ଆତଙ୍କବାଦୀ ସଂଘର୍ଷ: ୩ ଯବାନ ଶହୀଦ | News Room Odisha

ସୁରକ୍ଷାବଳ-ଆତଙ୍କବାଦୀ ସଂଘର୍ଷ: ୩ ଯବାନ ଶହୀଦ

ଶ୍ରୀନଗର – ଜାମ୍ମୁକାଶ୍ମୀରର କୁପୱାଡା ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନରେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ୩ ଜଣ ଯବାନ ଶହୀଦ ହୋଇଛନ୍ତି । ଏଲ୍ଓସି ନିକଟରେ ପାକ୍ ପଟୁ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୁରକ୍ଷାବଳ ପଣ୍ଡ କରିଛନ୍ତି ।

ଭାରତୀୟ ସୁରକ୍ଷାବଳଙ୍କ ଅପରେସନରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଶନିବାର ରାତିରେ ଏଲ୍ଓସିରେ କିଛି ଆତଙ୍କାବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ଖବର ପାଇବା ପରେ ଭାରତୀୟ ସେନାର ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଭାରତୀୟ ସେନାର ଜଣେ ଅଧିକାରୀଙ୍କ ସମେତ ତିନିଜଣ ଯବାନ ଶହୀଦ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ଠାରୁ ରାଇଫଲ ଓ ଦୁଇଟି ବ୍ୟାଗ୍ ଜବତ କରାଯାଇଛି । ଏହି ସଂଘର୍ଷରେ ଆଉ ଜଣେ ଯବାନ ଆହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଜାରି ରହିବ ବୋଲି ଭାରତୀୟ ସେନା ତରଫରୁ କୁହାଯାଇଛି ।