କେବିସି-୧୨ରେ ଅମିତାଭଙ୍କ ପ୍ରଶ୍ନ ଓ ପ୍ରତିଯୋଗୀଙ୍କ ଅଜବ ଜବାବ

ମୁମ୍ବାଇ- କୌନ ବନେଗା କୋରଡପତି ସିଜନ ୧୨ର ଏକ ଏପିସୋଡରେ ହୋଷ୍ଟ ବିଗ୍ ବି ଜଣେ ଅଂଶଗ୍ରହଣକାରୀଙ୍କ ଜବାବରେ ହତଚକିତ ହୋଇଯାଇଥିଲେ । ପରେ ସଂପୃକ୍ତ ଅଂଶଗ୍ରହଣକାରୀଙ୍କୁ ତାଗିଦ୍ ବି କରିଥିଲେ ବିଗ୍ ବି । କଥା ହେଉଛି କେବିସିର ଏକ ଏପିସୋଡରେ ମଧ୍ୟପ୍ରଦେଶର ଖଣ୍ଡୱାରୁ ଗ୍ରାମ ପଂଚାୟତ ସଚିବ କୌଶଳେନ୍ଦ୍ର ସିଂହ ତୋମାର ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ । ସେ ଜିତିବା ଟଙ୍କା କିପରି ଖର୍ଚ୍ଚ କରିବେ ବୋଲି ଅମିତାଭ କୌଶଳେନ୍ଦ୍ରଙ୍କୁ ପଚାରିଥିଲେ । ତେବେ, ସଂପୃକ୍ତ ପ୍ରତିଯୋଗୀଙ୍କ ଜବାବରେ ଖୋଦ୍ ଅମିତାଭ ବଚ୍ଚନ ବି ଚମକିଗଲେ । ପ୍ରତିଯୋଗୀ ଜଣକ ଅମିତାଭଙ୍କୁ କହିଥିଲେ ଯେ , ସେ ଯଦି ଜିତନ୍ତି, ତାହା ହେଲେ ପୁରସ୍କାର ଟଙ୍କାରେ ସେ ନିଜ ପତ୍ନୀଙ୍କ ପ୍ଲାଷ୍ଟିକ ସର୍ଜରୀ କରାଇବେ । ଏହି ଜବାରେ ବିଗ୍ ବି ହତବାକ୍ ହୋଇଯାଇଥିଲେ । ସେ ଏହାର କାରଣ ବି ପଚାରିଥିଲେ । ପ୍ରତିଯୋଗୀ କୌଶଳେନ୍ଦ୍ର କହିଥିଲେ ଯେ, ସେ ଗତ ୧୫ ବର୍ଷ ଧରି ନିଜ ପତ୍ନୀଙ୍କ ସେହି ଏକା ମୁହଁ ଦେଖି ବୋର୍ ହୋଇଗଲେଣି । ତେଣୁ ପ୍ଲାଷ୍ଟିକ ସର୍ଜରୀ କରି ସେ କିଛି ନୂଆ ଦେଖିବାକୁ ଚାହାନ୍ତି । ଏହାପରେ ଅମିତାଭ ତୁରନ୍ତ ପ୍ରତିଯୋଗୀଙ୍କ ପତ୍ନୀଙ୍କୁ କହିଥିଲେ ଯେ, ସେ ଖୁବ୍ ସୁନ୍ଦର । ଜମା ପ୍ଲାଷ୍ଟିକ ସର୍ଜରୀ କରନ୍ତୁ ନାହିଁ । ଏଥିରେ ପ୍ରତିଯୋଗୀଙ୍କ ପତ୍ନୀ ସମ୍ମତି ପ୍ରକାଶ କରିଥିଲେ । ପରେ ପ୍ରତିଯୋଗୀ ଜଣକ କହିଥିଲେ ଯେ,ସେ କେବଳ ଥଟ୍ଟାରେ ପ୍ଲାଷ୍ଟିକ ସର୍ଜରୀ କଥା କହିଥିଲେ । ସଂପୃକ୍ତ ପ୍ରତିଯୋଗୀ ଜଣକ ମାତ୍ର ୪୦ ହଜାର ଟଙ୍କା ଜିତିଥିଲେ ।

Comments are closed.