ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ , ବାଲେଶ୍ୱର କଥା ନିଜେ ବୁଝିବେ ବୋଲି ଦେଲେ ପ୍ରତିଶ୍ରୁତି | News Room Odisha

ବାଲେଶ୍ୱର ସଦର ଆସନରେ ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ , ବାଲେଶ୍ୱର କଥା ନିଜେ ବୁଝିବେ ବୋଲି ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର- ତିର୍ତୋଲ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ସଦର ବିଧାନସଭା ଆସନରେ ବିଜେଡି ପକ୍ଷରୁ ଭର୍ଚୁଆଲ ନିର୍ବାଚନ ପ୍ରଚାର କରିଛନ୍ତି । ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ମୁଖ୍ୟମନ୍ତ୍ରୀ ୧୯୯୯ ମହାବାତ୍ୟାକୁ ମନେ ପକାଇ ଭାଷଣ ଆରମ୍ଭ କରିଥିଲେ । ମହାବାତ୍ୟା ସେତେବେଳେ ଓଡିଶାକୁ ଛାରଖାର କରିଦେଇଥିଲା । କିନ୍ତୁ ଆଜି ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଥିଲେ ଯେ, ଓଡିଶା ଦେଶର ଏକମାତ୍ର ରାଜ୍ୟ ଭାବେ ମାଗଣା କୋଭିଡ ଚିକିତ୍ସା ଯୋଗାଇଛି । କୋରୋନା ଦୂର ହେଲା ପରେ ସେ ବାଲେଶ୍ୱର ଆସି ଲୋକଙ୍କୁ ଭେଟିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି । ବସ୍ତିର ଗରିବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁଯୋଗ ଉପରେ ସେ ଜୋର୍ ଦେଇ ଆସିଛନ୍ତି ।ବାଲେଶ୍ୱରରୁ ହିଁ ବସ୍ତି ବିକାଶ କାମ ଆରମ୍ଭ ହୋଇଥିବା ନବୀନ କହିଥିଲେ । ମୌଳିକ ସୁବିଧା ଉପରେ ତାଙ୍କର ଫୋକସ୍ ଥିବା ସେ କହିଛନ୍ତି । ବାଲେଶ୍ୱରର ବିକାଶ ଦାୟିତ୍ୱ ସେ ନିେଜେ ବୁଝିବେ ବୋଲି ନବୀନ କହିଛନ୍ତି । ଲୋକଙ୍କୁ କୋଭିଡ ନିୟମ ମାନି ସାବଧାନତାର ସହ ଭୋଟ୍ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ସେ ଅନୁରୋଧ କରିଛନ୍ତି ।

BJDNaveen Patnaik