କାର୍ତିକ ମାସ ପାଇଁ ହବିଷ୍ୟାଳିଙ୍କ ଲାଗି କଟକଣା ଜାରି କଲା ପୁରୀ ଜିଲ୍ଲା ପ୍ରଶାସନ, ଅରୁଣସ୍ତମ୍ଭ ନିକଟରୁ ହିଁ ପତିତପାବନଙ୍କୁ ଦର୍ଶନ କରିବେ ଭକ୍ତ | News Room Odisha

କାର୍ତିକ ମାସ ପାଇଁ ହବିଷ୍ୟାଳିଙ୍କ ଲାଗି କଟକଣା ଜାରି କଲା ପୁରୀ ଜିଲ୍ଲା ପ୍ରଶାସନ, ଅରୁଣସ୍ତମ୍ଭ ନିକଟରୁ ହିଁ ପତିତପାବନଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ – ପବିତ୍ର କାର୍ତିକ ମାସ ପାଇଁ ହବିଷ୍ୟାଳିଙ୍କ ଲାଗି କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ । କୋରୋନା ମହାମାରୀ ଯୋଗୁଁ ହବିଷ୍ୟାଳିମାନେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ସେତେ ଜରୁରୀ ନ ହେଲେ ହବିଷ୍ୟାଳୀଙ୍କୁ ପୁରୀ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ବା ଆସିବେ, ସେମାନେ କୋଭିଟ କଟକଣା ମାନି ବ୍ରତ ପାଳନ କରିବେ । ଏଣେ କାର୍ତିକ ମାସରେ ହବିଷ୍ୟାଳୀଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭକ୍ତମାନେ ପତିତପାବନଙ୍କୁ ଅରୁଣସ୍ତମ୍ଭ ନିକଟରୁ ଦର୍ଶନ କରିପାରିବେ ।