ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଂଟି, ଭଲ କାମ ନ କଲେ ଦିଆଯିବ ଆଗୁଆ ଅବସର | News Room Odisha

ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଂଟି, ଭଲ କାମ ନ କଲେ ଦିଆଯିବ ଆଗୁଆ ଅବସର

ଭୁବନେଶ୍ୱର- ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଭଲ କାମ କଲେ ପଦୋନ୍ନତି ମିଳିବ, ନ ହେଲେ ଆଗୁଆ ଅବସର ନେବାକୁ ପଡିବ । ଏଣିକି ଭଲ କାମ ନ କଲେ ଆଗୁଆ ଅବସର ଦିଆଯିବ । ଭଲ କାମ କଲେ ଚାକିରୀରେ ପଦୋନ୍ନତି ଓ ପୁରସ୍କାର ମିଳିବ ବୋଲି ନିଷ୍ପତି ହୋଇଛି । ଏ ନେଇ ସବୁ ବିଭାଗକୁ ଚିଠି ଲେଖିଛି ସାଧାରଣ ପ୍ରଶାସନ ବିଭାଗ । ବିଭାଗୀୟ କମିିଟି ଗଠନ କରି ଚୟନ କରିବାକୁ କୁହାଯାଇଛି । ନଭେମ୍ବର ୧୫ ତାରିଖ ମଧ୍ୟରେ ବିଭାଗୀୟ ସ୍କ୍ରିନିଂ କମିଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୩୦ ସୁଦ୍ଧା ଜିଲ୍ଲାପାଳ, ନିର୍ଦ୍ଦେଶାଳୟରୁ ତାଲିକା ଯିବ । ଡିସେମ୍ବର ୧୦ ମଧ୍ୟରେ ପଦୋନ୍ନତି, ଅବସର କମିଟି ବୈଠକ ହେବ । ଡିସେମ୍ବର ୧୫ ମଧ୍ୟରେ ଚୂଡାନ୍ତ ରିପୋର୍ଟ ଦାଖଲ ହେବ । ଡିସେମ୍ବର ୩୧ ତାରିଖ ସୁଦ୍ଧା ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଏହା ଲାଗୁ କରାଯାଇଛି ।