ଛତିଶା ନିଯୋଗ ବୈଠକ : ନାଗାର୍ଜୁନ ବେଶ ଓ କାର୍ତିକ ନୀତି ଚୂଡାନ୍ତ, ନଭେମ୍ବର ୨୭ରେ ଭୋର୍ ୪ଟାରୁ ସକାଳ ୭ଟା ଯାଏଁ ହେବ ନାଗାର୍ଜୁନ ବେଶ

ପୁରୀ – ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ବସି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଓ କାର୍ତିକ ନୀତି ଚୂଡାନ୍ତ ହୋଇଛି । ନଭେମ୍ବର ୨୭ ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଲାଗି ହେବ । ସେହି ଦିନ ଭୋର୍ ୪ଟାରୁ ସକାଳ ୭ଟା ଯାଏଁ ହେବ ନାଗାର୍ଜୁନ ବେଶ । କୋରୋନା ଯୋଗୁଁ ଏଥର ନାଗାର୍ଜୁନ ବେଶ ଦର୍ଶନ କରିପାରିବେ ନାହିଁ ଭକ୍ତ । ଅପରାହ୍ନ ୩ଟା ବେଳେ ନାଗାର୍ଜୁନ ବେଶ ଓଲାଗି ହେବ । ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବ ।

Comments are closed.