ଧର୍ମମାସ କାର୍ତିକରେ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇବାକୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଟୋକନ ଜରିଆରେ ଉତର ଓ ଦକ୍ଷିଣ ଦ୍ୱାରରେ ମିଳିବ ମହାପ୍ରସାଦ

ପୁରୀ – କୋରୋନା କାଳରେ ଶ୍ରୀମନ୍ଦିର ବନ୍ଦ ରହିଛି । ଶ୍ରୀଜିଉଙ୍କ ଦର୍ଶନ କରିପାରୁନାହାନ୍ତି ଭକ୍ତ । ଏଣେ ଧର୍ମମାସ କାର୍ତିକରେ ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତଙ୍କୁ ଯେପରି ସୁବିଧାରେ ମିଳିପାରିବ, ସେଥିପାଇଁ ବ୍ୟବସ୍ଥା କରିଛି ପ୍ରଶାସନ ।

କାର୍ତିକ ବ୍ରତ ରଖୁଥିବା ହବିଷ୍ୟାଳୀ ଓ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ ଶ୍ରୀମନ୍ଦିରର ଉତର ଓ ଦକ୍ଷିଣ ଦ୍ୱାରରେ ଟୋକନ ମାଧ୍ୟମରେ ମହାପ୍ରସାଦ ଯୋଗାଇ ଦିଆଯିବ । ମହାପ୍ରସାଦ ପାଇଁ ଦୁଇଟି ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି ।

ସୁଆର ଓ ମହାସୁଆରେ ନିଯୋଗ ପ୍ରତିନିଧିଙ୍କ ଜରିଆରେ ମହାପ୍ରସାଦ ଭକ୍ତଙ୍କୁ ମିଳିବ । ମହାପ୍ରସାଦ ଅଧିକ ସୁବିଧାରେ ଯେପରି ମିଳିପାରିବ, ସେ ନେଇ ଟୋଲ୍ ଫ୍ରି ନମ୍ବର ବି ଜାରି କରାଯିବ ବୋଲି ଉପଜିଲ୍ଲାପାଳ ଭବତରଣ ସାହୁ ସୂଚନା ଦେଇଛନ୍ତି ।

Comments are closed.