ଦେଶରେ ଦ୍ରୁତ ହେଉଛି କୋରୋନାର ଦ୍ୱିତୀୟ ଲହରୀ : ଏମସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ

ଭୁବନେଶ୍ୱର- ଦେଶର କେତେକ ସ୍ଥାନରେ କୋରୋନାର ଦ୍ୱିତୀୟ ଲହରୀ ତୀବ୍ର ହେବାରେ ଲାଗିଛି । ଦିଲ୍ଲୀ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି । ସାମାଜିକ ଦୂରତା ପାଳନ ନ କରିବା, ମାସ୍କ ପିନ୍ଧିବା କ୍ଷେତ୍ରରେ ଢିଲା ମନୋଭାବ ପୋଷଣ ଯୋଗୁଁ ଏହି ସ୍ଥିତି ପହଂଚିଛି ବୋଲି ସେ କହିଛନ୍ତି ।

ତେବେ, କୋରୋନାର ତୃତୀୟ ଲହରୀ ନେଇ ହେଉଥିବା ଚର୍ଚ୍ଚାକୁ ସେ ଅସ୍ୱୀକାର କରିଛନ୍ତି । ଏବେ କୋରୋନାର ଦ୍ୱିତୀୟ ଲହରୀ ଦ୍ରୁତଗତିରେ ବୃଦ୍ଧି ପାଉଛି ବୋଲି ଗୁଲେରିଆ କହିଛନ୍ତି । ତେଣୁ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣ ଓ କୋରୋନା ଉଭୟେ ଫୁସଫୁସକୁ ପ୍ରଭାବିତ କରିଥାଏ । କୋରୋନା ଭାଇରସ ଏ ଯାଏଁ ଶେଷ ହୋଇନାହିଁ ଓ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ଦିଲ୍ଲୀ ଏମସ ନିର୍ଦ୍ଦେଶକ କହିଛନ୍ତି । ଯୁବକମାନେ ଏହି ଭାଇରସ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି ବୋଲି ସେ କହିଛନ୍ତି ।

Comments are closed.