ଭାରତରେ ଗତ ୨୪ ଘଂଟାରେ ୪୮, ୨୬୮ ନୂଆ ଆକ୍ରାନ୍ତ, ୫୫୧ ମୃତ

ନୂଆଦିଲ୍ଲୀ – ଗତ ୨୪ ଘଂଟା ମଧ୍ୟରେ ଭାରତରେ ମୋଟ ୪୮ ହଜାର ୨୬୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ ମୋଟ କୋରୋନା ମାମଲା ୮୧ ଲକ୍ଷ ୩୭ ହଜାର ୧୧୯କୁ ବୃଦ୍ଧି ପାଇଛି । ଦିନକରେ ୫୫୧ ଜଣଙ୍କ ମୃତ୍ୟୁ ହୋଇଛି । କୋରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୧ ହଜାର ୬୪୧ରେ ପହଂଚିଛି ।

ଭାରତରେ ଗତ ୨୪ ଘଂଟାରେ ୫୯ ହଜାର ୪୫୪ ଲୋକୋ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୪ ଲକ୍ଷ ୩୨ ହଜାର ୮୨୯କୁ ବୃଦ୍ଧି ପାଇଛି । ଏବେ ଦେଶରେ ୫ ଲକ୍ଷ ୮୨ ହଜାର ୬୪୯ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.