ନଭେମ୍ବର ପହିଲା ପରିବର୍ତନ, ବଦଳିଯିବ ଅନେକ କିଛି

ନୂଆଦିଲ୍ଲୀ – ନଭେମ୍ବର ପହିଲାରୁ ସାରାଦେଶରେ କିଛି ନିୟମରେ ପରିବର୍ତନ ହେବାକୁ ଯାଉଛି । ଜନସାଧାରଣଙ୍କ ପାଇଁ କିଛି ଜିନିଷ ବଦଳିଯିବ । ନଭେମ୍ବର ୧ ତାରିଖ ରବିବାରଠାରୁ ରନ୍ଧନ ଗ୍ୟାସର ସିଲିଣ୍ଡରରୁ ଆରମ୍ଭ କରି ଟ୍ରେନ ଟାଇମଟେବୁଲ୍ ପର୍ଯ୍ୟନ୍ତ ସବୁ କିଛି ବଦଳିଯିବ ।

୧. ଏଲପିଜି ଡେଲିଭରି ନିୟମରେ ପରିବର୍ତନ – ନଭେମ୍ବର ପହିଲାରୁ ଏଲପିଜି ସିଲିଣ୍ଡର ଡେଲିଭରି ନିୟମ ବଦଳିଯିବ । ତୈଳ କଂପାନିମାନେ ନଭେମ୍ବର ୧ ତାରିଖରୁ ଡେଲିଭରି ଅଥେଂଟିକେସନ କୋଡ୍‌- ଡିଏସି ସିଷ୍ଟମ ଲାଗୁ କରିବେ । ଏଣିକି ଗ୍ୟାସ ସିଲିଣ୍ଡର ଡେଲିଭରି ପୂର୍ବରୁ ଉପଭୋକ୍ତାଙ୍କୁ ପଂଜୀକୃତ ନମ୍ବରରେ ଏକ ଓଟିପି ପଠାଯିବ । ଯେତେବେଳେ ସିଲିଣ୍ଡର ଆପଣଙ୍କ ଘର ପାଖକୁ ଆସିବ, ତାହା ହେଲେ ଓଟିପିକୁ ଡେଲିଭରି ବୟକୁ ଦେଖାଇବାକୁ ପଡିବ । ଯଦି ଓଟିପି ମ୍ୟାଚ୍ ହୁଏ,ତାହା ହେଲେ ଯାଇ ସିଲିଣ୍ଡର ଡେଲିଭରି ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର କିଛି ବଚ୍ଛା ବଚ୍ଛା ସହରରେ ଏହି ବ୍ୟବସ୍ଥା ଲାଗୁ ହେବ ।

୨. ଇଣ୍ଡେନ୍ ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର – ଯଦି ଆପଣ ଇଣ୍ଡେନର ଗ୍ରାହକ, ତାହାହେଲେ ଆପଣ ନଭେମ୍ବର ପହିଲାରୁ ଆଉ ପୁରୁଣା ନମ୍ବରରେ ବୁକିଂ କରିପାରିବେ ନାହିଁ । ଇଣ୍ଡେନ କଂପାନି ନିଜର ଏଲପିଜି ଗ୍ରାହକମାନଙ୍କ ପାଇଁ ସେମାନଙ୍କର ପଂଜିକୃତ ମୋବାଇଲରେ ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ପଠାଇଛି ।

ସାରାଦେଶରେ ନଭେମ୍ବର ପହିଲାରୁ ଇଣ୍ଡେନ ଗ୍ରାହକମାନଙ୍କୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ନୂଆ ନମ୍ବର ୭୭୧୮୯୫୫୫୫୫ରେ କଲ୍ ବା ଏସଏମଏସ କରିବାକୁ ହେବ ।

୩. ଟ୍ରେନ ସମୟସାରଣୀରେ ପରବର୍ତନ – ନଭେମ୍ବର ପହିଲାରୁ ସାରାଦେଶରେ ଭାରତୀୟ ରେଳବାଇ ଟ୍ରେନ ସମୟସାରଣୀରେ ପରିବର୍ତନ କରିବାକୁ ଯାଉଛି । ନଭେମ୍ବର ୧ ତାରିଖରୁ ନୂଆ ଟାଇମଟେବୁଲ ଜାରି ହେବ । ୧୩ ହଜାର ଯାତ୍ରୀ ଓ ୭ ହାର ମାଲବାହୀ ଟ୍ରେନର ସମୟ ବଦଳିଯିବ । ୩୦ଟି ରାଜଧାନୀ ଟ୍ରେନର ଟାଇମ୍ ବି ବଦଳିଯିବ ।

୪. ନଭେମ୍ବର ମାସରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ-ଏସବିଆଇର କିଛି ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତନ ହେବାକୁ ଯାଉଛି । ଏସବିଆଇ ସେଭିଂ ଆକାଉଂଟରେ କମ ସୁଧ ମିଳିବ ।

Comments are closed.