ରାଜ୍ୟରେ ୧, ୪୭୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ପାର

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧ ହଜାର ୪୭୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୮୫୩ ଓ ସ୍ଥାନୀୟ ଅଂଚଳରୁ ୬୧୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦, କଟକ ଜିଲ୍ଲାରୁ ୧୨୬, ସୁନ୍ଦରଗଡରୁ ୧୧୨, ଅନୁଗୁଳରୁ ୭୬, ଜଗତସିଂହପୁରରୁ ୭୬, କେନ୍ଦ୍ରାପଡାରୁ ୭୫, ପୁରୀରୁ ୬୪, ବଲାଙ୍ଗୀରରୁ ୬୩, ବରଗଡରୁ ୬୧, ବାଲେଶ୍ୱରରୁ ୫୬, କେନ୍ଦୁଝରରୁ ୫୧, ମୟୂରଭଂଜ ଜିଲ୍ଲାରୁ ୫୦ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ୧୧୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୮୩୮ ଜଣ ସୁସ୍ଥ ହୋଇସାରିଲେଣି । ବର୍ତମାନ ସକ୍ରିୟ ମାମଲା ସଂଖ୍ୟା ରହିଛି ୧୪ ହଜାର ୯୦୫ । ଏଣେ ଦିନକରେ ରାଜ୍ୟରେ ଆଉ ୧୨ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏଥିସହ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୩୨୦କୁ ବୃଦ୍ଧି ପାଇଛି ।

Comments are closed.