ରାଜ୍ୟରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୀତ ଅଧିବେଶନ ପରେ ଇ-ବିଧାନସଭା 

କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ହୋଇଛି । ଏ ନେଇ ସମସ୍ତ ଭିତିଭୂମି କମ ସରିଛି । କେନ୍ଦ୍ର ସରକାରଙ୍କ ଅନୁମୋଦନ ମଧ୍ୟ ମିଳିଥିବା ବାଚସ୍ପତି କହିଛନ୍ତି । ବିଧାନସଭାକୁ ପେପର ଲେସ୍ କରିବାକୁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିଧାନସଭାର କର୍ମଚାରୀ ଓ ବିଧାକମାନଙ୍କୁ କଂପ୍ୟୁଟର ଯୋଗାଇଦିଆଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି ।

Comments are closed.