ଭାରତରେ ଗତ ୨୪ ଘଂଟାରେ ୪୬, ୯୬୪ ନୂଆ କୋରୋନା ମାମଲା, ୪୭୦ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଭାରତରେ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ଉଭୟ ଦୌନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଗତ ୨୪ ଘଂଟା ମଧ୍ୟରେ ଭାରତରେ ୪୬ ହଜାର ୯୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ଲକ୍ଷ ୮୪ ହଜାର ୮୨କୁ ବୃଦ୍ଧି ପାଇଛି ।

ଏଥିମଧ୍ୟରୁ ୭୪ ଲକ୍ଷ ୯୧ ହଜାର ୫୧୩ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ୬ ଲକ୍ଷ ତଳକୁ ରହିଛି । ୫ ଲକ୍ଷ ୭୦ ହଜାର ୪୫୮ ରୋଗୀ ଏବେ ବି ଚିିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଂଟାରେ କୋରୋନାରେ ୪୭୦ ରୋଗୀ ପ୍ରାଣ ହରାଇଛନ୍ତି । ଏଥିସହିତ ଦେଶରେ ଏ ଯାବତ ୧ ଲକ୍ଷ ୨୨ ହଜାର ୧୧୧ ଲୋକ ପ୍ରାଣ ହରାଇସାରିଲେଣି ।

Comments are closed.