ଡିଜିପି ଅଭୟଙ୍କ କନ୍ଧମାଳ ଜିଲ୍ଲା ଗସ୍ତ , ସିଆରପିଏଫ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମାଓ ବିରୋଧୀ ଅପରେସନର ସମୀକ୍ଷା

ଫୁଲବାଣୀ – ଓଡିଶା ଡିଜିପି ଅଭୟ ବରିଷ୍ଠ ପୋଲିସ ଅଧିକାରୀ ଓ ସିଆରପିଏଫ ଅଧିକାରୀଙ୍କ ସହ କନ୍ଧମାଳ ଜିଲ୍ଲା ଖମନଖୋଲ ଗସ୍ତ କରି ମାଓ ବିରୋଧୀ ଅପରେସନ ଓ ରଣକୌଶଳର ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ସିଆରପିଏଫ ସ୍ପେଶାଲ ଡିିଜି କୁଲଦିପ୍ ସିଂ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜିପି ଅପରେସନ୍ସ ଅମିତାଭ ଠାକୁର ପ୍ରମୁଖ ଯୋଗ ଦେଇଥିଲେ ।

ନବରଙ୍ଗପୁର,କଳାହାଣ୍ଡି ଓ କନ୍ଧମାଳ ଏସପିମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । କନ୍ଧମାଳ, କଳାହାଣ୍ଡି ଓ ରାୟଗଡା ଜିଲ୍ଲାରେ ମାଓ ବିରୋଧୀ ଅଭିଯାନ ଆହୁରି ତ୍ୱରାନ୍ୱିତ କରିବାକୁ ରଣନୀତି ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।

Comments are closed.