ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି, କିଛି ଦିନ ପରେ ୧୫ ଶହ ଉପରେ ସଂଖ୍ୟା , ଦିନକରେ ୧,୭୦୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୭୦୯ ରୋଗୀ । ସଂଗରୋଧରୁ ୯୮୫ ଓ ସ୍ଥାନୀୟ ଅଂଚଳରୁ ୭୨୪ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୨୨୧, ମୟୂରଭଂଜରୁ ୧୨୧, କଟକରୁ ୧୧୫, ସୁନ୍ଦରଗଡରୁ ୧୦୭, ବରଗଡରୁ ୯୯, ନୂଆପଡାରୁ ୮୬, ଅନୁଗୁଳରୁ ୭୯, କଳାହାଣ୍ଡିରୁ ୭୨, କେନ୍ଦୁଝରରୁ ୭୨, ଜଗତସିଂହପୁରରୁ ୬୮, ବାଲେଶ୍ୱରରୁ ୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୮୨୫ ହୋଇଥିବା ବେଳେ ଏଥିରୁ ସୁସ୍ଥ ହେଲେଣି ୨ ଲକ୍ଷ ୭୫ ହଜାର ୭୪୯ ଆକ୍ରାନ୍ତ । ବର୍ତମାନ ରାଜ୍ୟରେ ସକ୍ରିୟ କୋରୋନା ମାମଲା ୧୪ ହଜାର ୬୯୨ ରହିଛି । ଏଣେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments are closed.