ସରୁଅ ଜମି କେଳେଙ୍କାରୀ ମାମଲା : ମାରାଥନ ଜେରା ପରେ ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ ଗିରଫ କଲା କ୍ରାଇମବ୍ରାଂଚ୍‌

ଭୁବନେଶ୍ୱର- ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ଖୋର୍ଧା ଜିଲ୍ଲା ସରୁ୍‌ଅ ଜମି ଦୁର୍ନୀତି ମାମଲାରେ ଓଟିଭିର ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ମାରାଥନ ପଚରାଉଚରା କଲା ପରେ ଗିରଫ କରିଛି କ୍ରାଇମବ୍ରାଂଚ । ଗିରଫ କରାଯିବାରୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ସରୁଅରେ ଆଦିବାସୀ ଓ ଦଳିତ ଜମିକୁ କମ୍ ଟଙ୍କାରେ ଦଳିତଙ୍କ ନାଁରେ ଓଟିଭି କିଣିଥିବା ଅଭିଯୋଗ ହୋଇଥିଲା । ଓଟିଭିର ସହଯୋଗୀ କଂପାନି ଓଡିଶା ଇନଫ୍ରାଟେକ୍‌‌ର ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ବ୍ୟବହାର କରି ଜମି କିଣାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଜମି କେଳେଙ୍କାରୀର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚ୍‌କୁ ଦିଆଯାଇଥିଲା । ପୂର୍ବରୁ ମଧ୍ୟ କ୍ରାଇମବ୍ରାଂଚ୍ ଓଟିଭି ସିଏଫଓ ମନୋରଂଜନ ଷଡଙ୍ଗୀଙ୍କୁ ପଚରାଉଚରା କରିଥିଲା ।

Comments are closed.