ଓଡିଆ ଫିଲ୍ମର ବରିଷ୍ଠ ସିନେମାଟୋଗ୍ରାଫର, ନିର୍ମାତା ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର- ଓଡିଆ ଫିଲ୍ମ ଦୁନିଆର ବରିଷ୍ଠ ସିନେମାଟୋଗ୍ରାଫର, ଲୋକପ୍ରିୟ ନିର୍ମାତା , ନିର୍ଦ୍ଦେଶକ ରାଜୁ ମିଶ୍ର ଆଉ ନାହାନ୍ତି । ଜଟଣୀ ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । ଓଡିଆ ସିନେମା ଜଗତରେ ପ୍ରଥମେ ସିନେମାଟୋଗ୍ରାଫର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ରାଜୁ ମିଶ୍ର । ପରେ ସେ ନିର୍ଦ୍ଦେଶନାକୁ ଓହ୍ଲାଇଥିଲେ । ଓଡିଆ ଚଳଚ୍ଚିତ୍ରର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜୁ ମିଶ୍ରଙ୍କୁ ୨୦୧୨ରେ ସମ୍ମାନଜନକ ଜୟଦେବ ପୁରସ୍କାର ଦିଆଯାଇଥିଲା ।

ବହୁ ସୁପରହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର । ଉଲକା ଥିଲା ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ । ପୁଅ ମୋର କଳାଠାକୁର, ସତମିଛ, ଚକାଆଖି ସବୁ ଦେଖୁଛି , ସାଗର ଗଙ୍ଗା, ରୁପା ଗାଁର ସୁନା କନିଆ, ଆସୁଛି ମୋ କାଳିଆ ସୁନା , ପଥର ଖସୁଛି ବଡ ଦେଉଳୁ ଭଳି ହିଟ୍ ଫିଲ୍ମର ନିର୍ଦ୍ଦେଶକ ଥିଲେ ରାଜୁ ମିଶ୍ର । ଅନେକ ଫିଲ୍ମରେ ସେ ସିନେମାଟୋଗ୍ରାଫର ଭାବେ କାମ କରିଥିଲେ ।

Comments are closed.