ହ୍ୱାଇଟ ହାଉସ ରେସ : ବିଜୟର ନିକଟତର ବିଡେନ୍‌, ମତଗଣନାରେ ତ୍ରୁଟି ନେଇ ଟ୍ରମ୍ପଙ୍କ ଅଭିଯୋଗ | News Room Odisha

ହ୍ୱାଇଟ ହାଉସ ରେସ : ବିଜୟର ନିକଟତର ବିଡେନ୍‌, ମତଗଣନାରେ ତ୍ରୁଟି ନେଇ ଟ୍ରମ୍ପଙ୍କ ଅଭିଯୋଗ

ଓ୍ବାସିଂଟନ- ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ଆଉ ମାତ୍ର କିଛି ରାଜ୍ୟରେ ଶେଷ ହେବାକୁ ଥିବା ବେଳେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ୍ ବିଜୟର ନିକଟତର ହୋଇଛନ୍ତି । କିଛି ପ୍ରମୁଖ ରାଜ୍ୟରେ ଏବେ ବି ମତଗଣନା ଚାଲିଥିବା ବେଳେ ବିଡେନ୍ , ଡୋନାଲଡ୍ ଟ୍ରମ୍ପଙ୍କଠାରୁ ଯଥେଷ୍ଟ ଆଗରେ ଅଛନ୍ତି । ଇଲେକ୍ଟୋରାଲ୍ କଲେଜର ୫୩୮ ଭୋଟ୍ ମଧ୍ୟରୁ ବିଡେନ ୨୬୪ଟି ଆସନ ପାଇ ବିଜୟଠାରୁ ମାତ୍ର ୬ଟି ଭୋଟ୍ ଦୂରରେ ଅଛନ୍ତି । ଟ୍ରମ୍ପ ୨୧୪ଟି ଭୋଟ୍ ପାଇଁ ବହୁ ପଛରେ ଅଛନ୍ତି । ୨୭୦ଟି ଭୋଟ୍ ପାଇଥିବା ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେବେ । ତେବେ, ରାଷ୍ଟ୍ରପତି ଟ୍ରମ୍ପ୍ ପରାଜୟ ସ୍ୱୀକାର କରିବା ମୁଡରେ ନାହାନ୍ତି । ମତଗଣନାରେ ଜାଲିଆତି ଅଭିଯୋଗ କରି ସେ କୋର୍ଟଙ୍କ ଦ୍ୱାରସ୍ତ ହେବେ ବୋଲି କହିଛନ୍ତି । କିନ୍ତୁ କେତେକ ଟ୍ରମ୍ପଙ୍କ ଏହିଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ।