ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଦୃଷ୍ଟିରୁ ଏହି ମାସରୁ ସ୍କୁଲ ଖୋଲିବା ନିଷ୍ପତି ସ୍ଥଗିତ : ଗଣଶିକ୍ଷା ମନ୍ତ୍ରୀ | News Room Odisha

ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଦୃଷ୍ଟିରୁ ଏହି ମାସରୁ ସ୍କୁଲ ଖୋଲିବା ନିଷ୍ପତି ସ୍ଥଗିତ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର- ଚଳିତ ମାସରେ ସ୍କୁଲ୍ ଖୋଲିବା ପାଇଁ ନେଇ ପୂର୍ବ ନିଷ୍ପତି ସ୍ଥଗିତ ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଡିସେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ କୋରୋନାର ଦ୍ୱିତୀୟ ପ୍ରବାହ ଆଶଙ୍କା ଥିବାରୁ ଏହି ମାସରେ ସ୍କୁ୍‌ଲ ଖୋଲିବା ନିଷ୍ପତି ସ୍ଥଗିତ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ମାସ ୧୫ ତାରିଖ ପରେ ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିବାକୁ ପ୍ରସ୍ତୁତି ହେଉଥିଲା । କିନ୍ତୁ ବୁଧବାର ଦିନ କୋଭିଡ ପରିଚାଳନା ସ୍ଥିତିର ସମୀକ୍ଷା ବୈଠକରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ କରାଯାଇଥିଲା । ସେ ଦୃଷ୍ଟିରୁ ସ୍କୁଲ୍ ଖୋଲିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା ।