ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ଜୁନିଅର ଆକାଉଟାଂଟ୍‌, ଘର ଓ ବିଭିନ୍ନ ସ୍ଥାନରେ ଚଢାଉ | News Room Odisha

ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ଜୁନିଅର ଆକାଉଟାଂଟ୍‌, ଘର ଓ ବିଭିନ୍ନ ସ୍ଥାନରେ ଚଢାଉ

ବ୍ରହ୍ମପୁର- ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଦୁଇ ଜୁନିଅର ଆକାଉଟାଂଟ୍ । ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ରହ୍ମପୁର ଡିଏଫଓ ଅଫିସ୍‌ର ଜୁନିଅର ଆକାଉଟାଂଟ୍ ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘର ସମେତ ୪ଟି ଜାଗାରେ ଚଢାଉ ହୋଇଛି ।

ବାଲୁଗାଁରେ ନବୀନ ଚନ୍ଦ୍ର ବିଷୋୟୀ ବି ଭିିଜିଲାନ୍ସ ଜାଲରେ ଧରାପଡିଛନ୍ତି । ନବୀନ ,ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ଅଫିସରେ ଜୁନିଅର ଆକାଉଟାଂଟ୍ ଅଛନ୍ତି । ନବୀନଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଅତିରିକ୍ତ ଏସପି ସାନ୍ତନୁ ପାଢୀ ସୂଚନା ଦେଇଛନ୍ତି ।