ଡିସେମ୍ବର ୩୧ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ୍

ଭୁବନେଶ୍ୱର- କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସ୍କୁଲ ଡିସେମ୍ବର ୩୧ ତାରିଖ ଯାଏଁ ବନ୍ଦ ରହିବ । ରାଜ୍ୟ ସରକାର କୋଭିଡ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଛନ୍ତି ।

ଏ ବାବଦରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ଦ୍ୱିତୀୟ ସୁଦ୍ଧା ରାଜ୍ୟରେ କୋରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆସିପାରେ ବୋଲି ଆଶଙ୍କା କରାଯାଉଛି ।

ଏ ଦୃଷ୍ଟିରୁ ଏହି ମାସରେ ରାଜ୍ୟରେ ସ୍କୁଲ୍ ଖୋଲିବା ନିଷ୍ପତିକୁ ରାଜ୍ୟ ସରକାର ସ୍ଥଗିତ ରଖିଥିଲେ । ତେବେ ରାଜ୍ୟରେ ଅନଲାଇନ କ୍ଲାସ ଜାରି ରହିବ ।

Comments are closed.