ଅନ୍ଧାରୁଆରେ ଟିକା ଉତ୍ପାଦନ ୟୁନିଟ ପ୍ରକଳ୍ପକୁ ଫାଷ୍ଟ ଟ୍ରାକ୍ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ | News Room Odisha

ଅନ୍ଧାରୁଆରେ ଟିକା ଉତ୍ପାଦନ ୟୁନିଟ ପ୍ରକଳ୍ପକୁ ଫାଷ୍ଟ ଟ୍ରାକ୍ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ଏକ ଅତ୍ୟାଧୁନିକ ଟିକା ଉତ୍ପାଦନ ୟୁନିଟ ଅନ୍ଧାରୁଅ।।ରେ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଲୋକସେବା ଭବନରେ ଏହି ପ୍ରସ୍ତାବିତ ଟିକା ଉତ୍ପାଦନ ୟୁନିଟ କାର୍ଯ୍ୟ ଫାଷ୍ଟ ଟ୍ରାକ୍ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ୍ ମୋଡରେ କରିଥିଲେ ।

ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡଙ୍ଗୀ ଏହି ବୈଠକରେ ସାମିଲ ହୋଇଥିଲେ । ପ୍ରକଳ୍ପର ଅଗ୍ରଗତି ନେଇ ବିଜ୍ଞାନ ଓ ବୈଷୟିକ ସଚିବ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ଆସନ୍ତା ୧୫ ଦିନ ମଧ୍ୟରେ ଗ୍ରାଉଣ୍ଡ ଲେବଲ ନିର୍ମାଣ କାମ ଆରମ୍ଭ କରିବା ସହ ନିର୍ଦ୍ଧାରିତ ସମୟରେ ଉତ୍ପାଦନ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡା ଟିକା ୟୁନିଟର ଆଙ୍କର ଡେଭଲପର୍ ମେସର୍ସ ଭାରତ ବାୟୋଟେକ୍ ଇଂଟରନ୍ୟାସନାଲ ଲିମିଟେଡ୍ – ବିବିଆଇଏଲକୁ ଏକ ଅତ୍ୟାଧୁନିକ ବାୟୋଟେକ ଇନକୁବେଟର୍ ସେଂଟର୍ , ସାଧାରଣ ସୁବିଧାସୁଯୋଗ ସହ ଆଇଟି କରିଡର ପ୍ରତିଷ୍ଠା ସହ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକାଲ୍ ଷ୍ଟାର୍ଟଅପ୍‌କୁ ପ୍ରମୋଟ କରିବା ପାଇଁ କଂପାନିକୁ ଅନୁରୋଧ କରାଯାଇଛି । ଏ ନେଇ ଅନ୍ଧାରୁଆଠାରେ ଜମି ଉପଲବ୍ଧ ରହିଛି ବୋଲି କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ସଚିବ ତଥା ଇଡ୍‌କୋ ଅଧ୍ୟକ୍ଷ ସଞ୍ଜୟ କୁମାର ସିଂହ ବୈଠକରେ ସୂଚନା ଦେଇଥିଲେ ।