ସ୍ୱର୍ଗଦ୍ୱାର ସେବା ସମିତି ହାତରେ ରହିବ ପୁରୀ ସ୍ୱର୍ଗଦ୍ୱାର ପରିଚାଳନା ଦାୟିତ୍ୱ, ରାଜ୍ୟ ସରକାରଙ୍କ ଅନୁମତି

ପୁରୀ- ସ୍ୱର୍ଗଦ୍ୱାର ସେବା ସମିତି ସ୍ୱର୍ଗଦ୍ୱାରର ପରିଚାଳନା ଦାୟିତ୍ୱରେ ରହିବ । ପରିଚାଳନା ଦାୟିତ୍ୱ ସ୍ୱର୍ଗଦ୍ୱାର ସେବା ସମିତିକୁ ହସ୍ତାନ୍ତର ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜିଲ୍ଲା ପ୍ରଶାସନକୁ ସୂଚିତ କରିଛି ।

ସମିତିରେ ମୋଟ ୯ ଜଣ ସଦସ୍ୟ ରହିବେ । ପୁରୀ ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ । ସ୍ୱର୍ଗଦ୍ୱାର ବିକାଶ ପାଇଁ ରାଜ୍ୟ ସରକାର ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସ୍ୱର୍ଗଦ୍ୱାର ପରିଚାଳନା ଭାର ସମିତି ହାତରେ ନ୍ୟସ୍ତ କରାଯାଇଥିବାରୁ ଖୁବଶୀଘ୍ର ପୁରୀ ପୌରପାଳିକାଠାରୁ କାର୍ଯ୍ୟଭାର ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ । ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ଭବତାରଣ ସାହୁ ଏ ନେଇ ସୂଚନା ଦେଇଛନ୍ତି ।

Comments are closed.