ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନରେ କାଲି ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ୱର – ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ହୋଇଥିବା ଭୋଟଗ୍ରହଣର ଆସନ୍ତାକାଲି ଗଣତି କରାଯିବ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଉଭୟ ସ୍ଥାନରେ ୧୪ଟି ଲେଖାଏଁ ଟେବୁଲରେ ଗଣତି କରାଯିବ । ବାଲେଶ୍ୱରରେ ପୋଷ୍ଟାଲ ବ୍ୟାଲଟ ଗଣତି ପାଇଁ ୨ କର୍ମଚାରୀ ରହିବେ । ତିର୍ତୋଲର ଏସଭିଏମ କଲେଜରେ ହେବ ଭୋଟ୍ ଗଣତି । ଏଥିପାଇଁ ୬୮ କର୍ମଚାରୀ ନିୟୋଜିତ ହେବେ । ପୋଷ୍ଟାଲ୍ ବ୍ୟାଲଟ ଗଣତି ପାଇଁ ସ୍ୱତନ୍ତ୍ର ହଲରେ ବ୍ୟବସ୍ଥା ହୋଇଛି ।

Comments are closed.