କୋଭିଡରୁ ସୁସ୍ଥ ହେଲା ପରେ ତିନି ଥର ପ୍ଲାଜନା ଦାନ କରିଥିବା ଗଂଜାମ ଜିଲ୍ଲାର ଡମ୍ବୁରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା | News Room Odisha

କୋଭିଡରୁ ସୁସ୍ଥ ହେଲା ପରେ ତିନି ଥର ପ୍ଲାଜନା ଦାନ କରିଥିବା ଗଂଜାମ ଜିଲ୍ଲାର ଡମ୍ବୁରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋରୋନାରୁ ସୁସ୍ଥ ହେଲା ପରେ ତିିନି ତିନି ଥର ପ୍ଲାଜମା ଦାନ କରିଛନ୍ତି ଗଞ୍ଜାମ ଜିଲ୍ଲା କୋଠାରିସିଙ୍ଗିର ୪୩ ବର୍ଷିୟ ସମାଜସେବ ଏନ. ଡମ୍ବୁରୁ ରେଡ୍ଡି । ଡମ୍ବୁରୁଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଡମ୍ବୁରୁଙ୍କ ଭଳି ଅନେକ ବ୍ୟକ୍ତିଙ୍କ ଏଭଳି ମହତ କାମ ଅନେକ ମୂଲ୍ୟବାନ ଜୀବନ ବଂଚାଇବାରେ ସହାୟକ ହେବା ସହ କୋରୋନା ମହାମାରୀ ବିରୋଧରେ ଓଡିଶାର ଲଢେଇକୁ ଆହୁରି ଦୃଢ କରିଛି । ଡମ୍ବୁରୁ କୋରୋନାରୁ ସୁସ୍ଥ ହେବାର ଦେଢ ମାସ ମଧ୍ୟରେ ତିନି ଥର ପ୍ଲାଜମା ଦାନ କରିଥିଲେ । ଏପରି କରିବାରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ବ୍ୟକ୍ତି ।

CM Naveen PatnaikCOVID-19Donate Plasma