ଅର୍ଣ୍ଣବଙ୍କୁ ଜାମିନ ଦେଲେନି ବମ୍ବେ ହାଇକୋର୍ଟ | News Room Odisha

ଅର୍ଣ୍ଣବଙ୍କୁ ଜାମିନ ଦେଲେନି ବମ୍ବେ ହାଇକୋର୍ଟ

ମୁମ୍ବାଇ –ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ଏଏସ୍ ସିନ୍ଦେ ଓ ଏମଏସ୍ କାର୍ଣ୍ଣିକଙ୍କ ଏକ ଖଣ୍ଡପୀଠ ଅର୍ଣ୍ଣବଙ୍କୁ ଜାମିନ ପାଇଁ ତଳକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆର୍କିଟେକ୍ଟ ତଥା ଇଣ୍ଟରିୟର ଡିଜାଇନର ଅନଭୟ ନାୟକ ଓ ତାଙ୍କ ମା’ କୁମୁଦ ନାୟକଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ନଭେମ୍ବର ୪ରେ ଅର୍ଣ୍ଣବଙ୍କୁ ମହାରାଷ୍ଟ୍ରର ରାୟଗଡ଼ ପୋଲିସ୍ ମୁମ୍ବାଇ ସ୍ଥିତ ତାଙ୍କ ଲୋୟର ପାରେଲ ବାସଭବନରୁ ଗିରଫ କରିଥିଲା । ଅର୍ଣ୍ଣବଙ୍କ ସମେତ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ ଶେଖ୍ ଓ ନିତିଶ୍ ସାରଦାଙ୍କୁ ବି ଗିରଫ କରାଯାଇଥିଲା ।

୨୦୧୮ରେ ଅନଭୟ ଓ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ । ଘଟଣାସ୍ଥଳରୁ ମିଳିଥିବା ଏକ ସୁଇସାଇଡ୍ ନୋଟରେ ଅର୍ଣ୍ଣବଙ୍କ ସହ ଏହି ତିନି ଅଭିଯୁକ୍ତ ନାଁ ରହିଥିଲା । ତାଙ୍କ ଉପରେ ଏହି ତିନି ଅଭିଯୁକ୍ତଙ୍କ ୫ କୋଟି ଟଙ୍କା ବାକି ରହିଥିବା ଅନଭୟଙ୍କ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିଲା । ଗିରଫ ହେବା ପରେ ଅର୍ଣ୍ଣବଙ୍କୁ ନଭେମ୍ବର ୧୮ ପର୍ଯର୍ର୍୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ତାଙ୍କୁ ପ୍ରଥମେ ଅଲିବାଗ୍ ସ୍ଥିତ ସ୍କୁଲରେ ରଖାଯାଇଥିଲା । ଏହି ସ୍କୁଲକୁ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯାଉଛି । ତେବେ ମୋବାଇଲ ଫୋନ୍ ବ୍ୟବହାର କରୁଥିବା ଅଭିଯୋଗ ପରେ ଅର୍ଣ୍ଣବଙ୍କୁ ଗତକାଲି ଅଲିବାଗ୍ରୁ ନବି ମୁମ୍ବାଇ ସ୍ଥିତ ତାଲେଜା ଜେଲକୁ ସ୍ଥାନାନ୍ତର କରାଯାଇଥିଲା ।