ଅର୍ଜୁନ ରାମପାଲଙ୍କ ଘରେ ଏନ୍ସିବିର ଚଢାଉ | News Room Odisha

ଅର୍ଜୁନ ରାମପାଲଙ୍କ ଘରେ ଏନ୍ସିବିର ଚଢାଉ

ମୁମ୍ବାଇ – ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଏନ୍ସିବି) ସୋମବାର ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି । ଏନ୍ସିବିର ଏକ ଟିମ୍ ଅର୍ଜୁନଙ୍କ ଘରେ ଓ ଅଫିସରେ ଖାନ୍ ତାଲସୀ କରିଥିଲା ।

ଏନ୍ସିବି ଅର୍ଜୁୁନଙ୍କ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡିଛି । ଏହା ପୂର୍ବରୁ ଡ୍ରଗ୍ସ ରଖିବା ଅଭିଯୋଗରେ ଏନ୍ସିବି ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ୍ ଗାବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଆଗିସିଆଲୋସଙ୍କୁ ଗିରଫ କରିଥିଲା ।

କିଛିଦିନ ତଳେ ସେ ଜାମିନ ପାଇ ଜେଲରୁ ମୁକୁଳିଥିଲେ । ତେବେ ପଚରାଉଚରା ପାଇଁ ତାଙ୍କୁ ପୁଣିଥରେ ଥରେ ଏନସିବି ହେପାଜତକୁ ନେଇଥିବା ଜଣାପଡିଛି । ଗତକାଲି ଏନ୍ସିବି ଜଣାଶୁଣା ପ୍ରଯୋଜକ ଫିରୋଜ ନାଡିୟାଦୱାଲାଙ୍କ ଘରେ ଚଢାଉ କରି ତାଙ୍କ ପତ୍ନୀ ଶବାନା ସଇଦ୍ଙ୍କୁ ଗିରଫ କରିଥିଲା । ଏନ୍ସିବି ନାଡିୟାଦାୱାଲାଙ୍କ ଘରୁ ୧୦ ଗ୍ରାମ ଗଞ୍ଜୋଇ ଓ ତିନୋଟି ମୋବାଇଲ୍ ଫୋନ୍ ଜବତ କରିଥିଲା ।

Arjun Rampal