ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ , ଦୁଇଟି ଯାକ ଆସନରେ ବିଜୟୀ ପାଇଁ ଶାସକ ବିଜେଡି ଆଶାବାଦୀ

ଭୁବନେଶ୍ୱର- ରାଜ୍ୟରେ ତିର୍ତୋଲ ଓ ବାଲେଶ୍ୱର ସଦର ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଦୁଇଟିଯାକ ଆସନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ମୁକାବିଲା ହୋଇଛି । ଅ।।ଉ କିଛି ଘଂଟା ମଧ୍ୟରେ ସ୍ପଷ୍ଟ ହୋଇଯିବ ଚିତ୍ର । ତିର୍ତୋଲ ଆସନ ଶାସକ ବିଜେଡି ବଜାୟ ରଖିବାକୁ ଆଶା ରଖିଥିବା ବେଳେ ବାଲେଶ୍ୱର ସଦର ଆସନ ବିଜେପିଠାରୁ ଛଡାଇ ନେବା ଲକ୍ଷ୍ୟରେ ରହିଛି । କଡା ସୁରକ୍ଷା ମଧ୍ୟରେ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ ଗଣତି ହୋଇଛି ।

Comments are closed.