ଉପନିର୍ବାଚନରେ ବିଜେଡିର ବାଜିମାତ, ବଜାୟ ରଖିଲା ତିର୍ତୋଲ ଆସନ, ବିଜେପିଠାରୁ ଛଡାଇ ଆଣିଲା ବାଲେଶ୍ୱର ସଦର

ଭୁବନେଶ୍ୱର – ଉପନିର୍ବାଚନରେ ବିଜେଡିର ବାଜିମାତ୍ । ତିର୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବାଜି ମାରିଛି ବିଜେଡି । ଦଳ ତିର୍ତୋଲ ଆସନ ବଜାୟ ରଖିଥିବା ବେଳେ ବାଲେଶ୍ୱର ସଦର ଆସନ, ବିଜେପିଠାରୁ ଛଡାଇ ଆଣିବାରେ ସଫଳ ହୋଇଛି ।

ତିର୍ତୋଲ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କୁ 41,703 ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । କଂଗ୍ରେସର ହିମାଂଶୁ ପରିଜା ତୃତୀୟ ସ୍ଥାନରେ ଅଛନ୍ତି ।

ବାଲେଶ୍ୱର ସଦର ଆସନରେ ବି ବାଜିମାତ କରିଛି ବିଜେଡି । ବିଜେପିଠାରୁ ଏହି ଆସନ ଛଡାଇ ଆଣିବାରେ ସଫଳ ହୋଇଛି ବିଜେଡି । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମାନସ ଦତଙ୍କୁ 13,351 ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ତୃତୀୟ ସ୍ଥାନରେ କଂଗ୍ରେସର ମମତା କୁଣ୍ଡୁ ରହିଛନ୍ତି ।

ଦୁଇଟିଯାକ ଆସନରେ ନଭେମ୍ବର ୩ରେ ଭୋଟ୍ ଗ୍ରହଣ କରାଯାଇଥିଲା । ବାଲେଶ୍ୱର ସଦର ଆସନରେ ବିଜୟ ହେବା ସହ ବିଧାନସଭାରେ ବିଜେଡିର ଆସନ ସଂଖ୍ୟା ଗୋଟିଏ ବଢିଛି ।

Comments are closed.