ସର୍ବଭାରତୀୟ ସ୍କୁଲ ରାକିଂ ୨୦୨୦ରେ ଗଂଜାମ ଓ ବଲାଙ୍ଗିର ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସର୍ବଭାରତୀୟ ସ୍କୁଲ ରାକିଂ ୨୦୨୦ରେ ଓଡିଶାର ଦୁଇଟି ସରକାରୀ ସ୍କୁଲ୍ ଅଛନ୍ତି । ଗଞ୍ଜାମ ଜିଲ୍ଲା ହାତୀଓଟା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବଲାଙ୍ଗିର ଜିଲ୍ଲାର ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟ ଦେଶର ଅଗ୍ରଣୀ ସରକାରୀ ସ୍କଲ ମଧ୍ୟରେ ସ୍ଥାନ ପାଇଛନ୍ତି ।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ବିଦ୍ୟାଳୟର ଛାତ୍ର, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ଶିକ୍ଷା ଶକ୍ତି ଦ୍ୱାରା କ୍ଷମତାସଂପନ୍ନ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନ ଜାତୀୟ ସ୍ତରରେ ସଫଳତା ଆଣିଥିବାରୁ ସେ ଖୁସି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁଣାତ୍ମକ ଶିକ୍ଷାର ବିକାଶ କ୍ଷେତ୍ରରେ ଏହି ସଫଳତା ଏକ ସ୍ୱୀକୃତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.