ତିର୍ତୋଲବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ, ଉପନିର୍ବାଚନରେ ବିଜେଡିକୁ ଜିତାଇଥିବାରୁ କୃତଜ୍ଞତା | News Room Odisha

ତିର୍ତୋଲବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ, ଉପନିର୍ବାଚନରେ ବିଜେଡିକୁ ଜିତାଇଥିବାରୁ କୃତଜ୍ଞତା

ଭୁବନେଶ୍ୱର – ଜଗତସିଂହପୁର ତିର୍ତୋଲବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ଉପନିର୍ବାଚନରେ ବିଜେଡିକୁ ଜିତାଇଥିବାରୁ ସେ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପୁଣି ଥରେ ସେବାର ସୁଯୋଗ ଦେଇଥିବାରୁ ସେ ଋଣୀ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ବିଜୟୀ ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ତିର୍ତୋଲ ବିକାଶ ପାଇଁ ସେ କାମ ଜାରି ରଖିବାକୁ ନବୀନ , ନବନିର୍ବାଚିତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ।

କୋରୋନା ସମୟରେ ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ଦରକାର ବୋଲି ନବୀନ ଦଳର ବିଜୟୀ ପ୍ରାର୍ଥୀଙ୍କୁ କହିଛନ୍ତି । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ ବୋଲି ନବୀନ ଦଳୀୟ କର୍ମୀଙ୍କୁ କହିଛନ୍ତି ।

Naveen Patnaik