ରାଜ୍ୟରେ ଆଉ ୩୯୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦, କଳାହାଣ୍ଡିରୁ ୪୩

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୩୯୪ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାମାରୀର ଦ୍ୱିତୀୟ ଲହରୀରେ ରାଜ୍ୟରେ ଏହା ଗୋଟିଏ ଦିନରେ ରେକର୍ଡ ସଂକ୍ରମଣ । ସଂଗରୋଧରୁ ୨୧୩ ଓ ସ୍ଥାନୀୟ ଅଂଚଳରୁ ୧୬୩ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦, କଳାହାଣ୍ଡିରୁ ୪୩, ନୂଆପଡାରୁ ୪୦, ବରଗଡରୁ ୩୪, ସୁନ୍ଦରଗଡରୁ ୩୧, କଟକରୁ ୨୭, ଅନୁଗୁଳରୁ ୨୪, ମୟୂରଭଞ୍ଜରୁ ୧୯ , ସମ୍ବଲପୁରରୁ ୧୪, ପୁରୀରୁ ୧୨, ବଲାଙ୍ଗୀରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.