କୋରୋନା ସ୍ଥିତି ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ୱାର ସାମନାରେ ପୟାଶ୍ରାଦ୍ଧ,କାଉଁରିଆ କାଠି ଜାଳିବାକୁ ପ୍ରଶାସନର ବାରଣ

ପୁରୀ –କୋରୋନା ପରିସ୍ଥିତି ଯୋଗୁଁ ଏଥର ଶ୍ରୀମନ୍ଦିର ସିଂହଦ୍ୱାର ସାମନାରେ ପୟାଶ୍ରାଦ୍ଧ ମନା ହୋଇଛି । କାଉଁରିଆ କାଠି ଜାଳିବାକୁ ମଧ୍ୟ ବାରଣ କରିଛି ପ୍ରଶାସନ । ଧୂଆଁ ସାଙ୍ଗକୁ ଭିଡ ସ୍ଥିତିକୁ ଗମ୍ଭାୀର କରିବା ଆଶଙ୍କା ଥିବାରୁ ଘରେ ରହି ବଡ ବଡୁଆଙ୍କୁ ଡାକି ପୟା ଶ୍ରାଦ୍ଧ କରିବାକୁ ଜିଲ୍ଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି । ସେହିପରି ଜିଲ୍ଲାର ବୀରଗୋବିନ୍ଦପୁର ମାଆ ଦକ୍ଷିଣକାଳୀ ପୀଠରେ ବିନା ଭକ୍ତରେ କାଳୀପୂଜା କରିବାକୁ ନିଷ୍ପତି ନିଆଯାଇଛି ।

Comments are closed.