ଲିଙ୍ଗ ନିରୂପଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପଦକ୍ଷେପ, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ପୁରସ୍କାର

ବ୍ରହ୍ମପୁର- ବେଆଇନ ଭାବେ ଗର୍ଭସ୍ଥ ଛୁଆର ଲିଙ୍ଗ ନିରୂପଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଜିଲ୍ଲାରେ ଲିଙ୍ଗ ନିରୂପଣ ସଂପର୍କିତ ସୂଚନା ଦେଲେ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଶିଶୁ ବିକାଶ ଯୋଜନା ପକ୍ଷରୁ ପ୍ରଦାନ କରାଯିବ ଏହି ପୁରସ୍କାର । ଲିଙ୍ଗ ନିରୂପଣ ରୋକିବା ପାଇଁ ଥିବା ଅଧିନିୟମ କଡାକଡି କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

Comments are closed.