ଦେଶରେ ଆଉ ନୂଆ ୪୪, ୮୭୮ ମାମଲା, ୫୪୭ ମୃତ: ମୋଟ ସଂକ୍ରମିତ ୮୭ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୪,୮୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ଠାରୁ ୬% କମ୍ । ଏଥିସହ ଆଉ ୫୪୭ ଜଣଙ୍କ ଜୀବନ ଯାଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୭ ଲକ୍ଷ ୨୮ ହଜାର ୭୯୫ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୮ ହଜାର ୬୮୮କୁ ବୃଦ୍ଧି ପାଇଛି । ଦିନକରେ ଆଉ ୪୯, ୦୭୯ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଦେଶରେ ଏଯାବତ୍ ମୋଟ ୮୧ ଲକ୍ଷ ୧୫ ହଜାର ୫୮୦ ଜଣ ସୁସ୍ଥ ହୋଇଥିବା ବେଳେ ଏମେ ୪ ଲକ୍ଷ ୮୪ ହଜାର ୫୪୭ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.