ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ, ସବୁ ତିନିଟି ଷ୍ଟ୍ରିମରେ ରେଭେନ୍‌ସା ଆଗୁଆ, ବିଜ୍ଞାନରେ ସର୍ବାଧିକ ୮୯ ପ୍ରତିଶତ | News Room Odisha

ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ, ସବୁ ତିନିଟି ଷ୍ଟ୍ରିମରେ ରେଭେନ୍‌ସା ଆଗୁଆ, ବିଜ୍ଞାନରେ ସର୍ବାଧିକ ୮୯ ପ୍ରତିଶତ

ଭୁବନେଶ୍ୱର – ଯୁକ୍ତ ଦୁଇର ସବୁ ଷ୍ଟ୍ରିମ୍‌ରେ ଆଡମିଶନ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ଲିଷ୍ଟ ଜାରି ହୋଇଛି । ତିନିଟିଯାକ ଷ୍ଟ୍ରିମରେ ପ୍ରଥମ କଟ୍ ଅଫା ଲିଷ୍ଟରେ ରେଭେନସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି । ବିଜ୍ଞାନରେ ରେଭେନ୍ସାର କଟ୍ ଅଫ୍ ମାର୍କ ୮୯ ପ୍ରତିଶତ ରହିଥିବା ବେଳେ କଳାରେ ରହିଛି ୭୨ ଦଶମିକ ୫ ପ୍ରତିଶତ । ବାଣିଜ୍ୟରେ ରେଭେନସାର କଟ୍ ଅଫ ମାର୍କ ୭୫ ଦଶମିକ ୮୩ ପ୍ରତିଶତ ରହିଛି । ବିଜେବି କଲେଜର ବିଜ୍ଞାନରେ କଟ୍ ଅଫ ମାର୍କ ୮୮ ଦଶମିକ ୬ ପ୍ରତିଶତ ଥିଲା ବେଳେ କଳାରେ ରହିଛି ୭୧ ଦଶମିକ ୮୩ ପ୍ରତିଶତ । ବାଣିଜ୍ୟରେ ବିଜେବି କଲେଜର ପ୍ରଥମ କଟ୍ ଅଫ୍ ମାର୍କ ରହିଛି ୭୪ ପ୍ରତିଶତ ।