ଯାତ୍ରୀବାହୀ ବସ୍‌ରେ ନିଆଁ, ୨୦ ଜୀବନ୍ତ ଦଗ୍ଧ

ଇସଲାମାବାଦ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରବିବାର ସକାଳେ ପିଣ୍ଡି ଭଟିୟାଁ ସହରରେ ଏକ‌ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୪୦ ରୁ ଅଧିକ ଲୋକ ଥିଲେ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିଆଁ ଲାଗିଥିବା ବସ୍ ରାଜଧାନୀ ଇସଲାମାବାଦରୁ କରାଚି ଯାଉଥିଲା । ବସ୍ ପିଣ୍ଡି ଭଟିୟାଁ ସହର ନିକଟରେ ପହଞ୍ଚିବା ପରେ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ପୁରା ବସ୍ ପୋଡି ପାଉଁଶ ହୋଇଯାଇଥିଲା।

ପୋଲିସ କହିଛି ଯେ ଏକ ପିକ୍ ଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗି ଯାଇଥିଲା ।

Comments are closed.