ସଂଜୟ ସିଂହ ବିଏମସିର ନୂଆ କମିଶନର, ସାଧାରଣ ପ୍ରଶାସନ ବିଭାଗକୁ ପ୍ରେମଚନ୍ଦ୍ରଙ୍କ ବଦଳି, ଇଡ୍‌କୋ ସିଏମଡି ଭାବେ କ୍ରିଷନ କୁମାରଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର- ପ୍ରାଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ନୂଆ ବିଏମସି କମିସନର କରାଯାଇଛି । ସଂଜୟ ସିଂହ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷଚା ବିକାଶ ବିଭାଗର ସଚିବ ଅଛନ୍ତି । ସଂଜୟ ୧୧୯୭ ବ୍ୟାଚ୍‌ର ଆଇଏଏସ ଅଫିସର ।

ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଦାୟିତ୍ୱ ଦିଆଯାଇଛି । ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଆଇଏଏସ କ୍ରିଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Comments are closed.