ଅମିତ ଶାହଙ୍କ ପ୍ରୋଫାଇଲ୍ ଫଟୋ ହଟାଇବା ପରେ ପୁଣି ଲଗାଇଲା ଟ୍ୱିଟର

ନୂଆଦିଲ୍ଲୀ – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆକାଉଣ୍ଟରୁ ପ୍ରୋଫାଇଲ୍ ଫଟୋ ହଠାଇ ପୁଣି ଲଗାଇଛି ଟ୍ୱିଟର । କପିରାଇଟ୍ ନିୟମର ଉଲ୍ଲଂଘନ ଦର୍ଶାଇ ଟ୍ୱିଟର ପ୍ରଥମେ ଶାହଙ୍କ ପ୍ରୋଫାଇଲ ଫଟୋକୁ ହଟାଇ ଦେଇଥିଲା । ଶାହଙ୍କ ଟ୍ୱିଟର ଆକାଉଣ୍ଟରେ ରହିଥିବା ପ୍ରୋଫାଇଲ ଫଟୋର ସ୍ୱତ୍ୱାଧିକାରୀ ବୋଲି ଜଣେ ବ୍ୟକ୍ତି ଦାବି କରିବା ପରେ ଟ୍ୱିଟର ସେହି ଫଟୋକୁ ବ୍ଲକ୍ କରିଦେଇଥିଲା ।

ଗୁରୁବାର କିଛି ସମୟ ପାଇଁ ଶାହଙ୍କ ଟ୍ୱିଟର ଆକାଉଣ୍ଟରେ ତାଙ୍କ ପ୍ରୋଫାଇଲ୍ ଫଟୋ ଦେଖିବାକୁ ମିଳିନଥିଲା । ଏହା ଦେଖି କିଛି ଲୋକ ଏହାର ସ୍କ୍ରିନସଟ୍ ସେୟାର କରିଥିଲେ । ପ୍ରୋଫାଇଲ ଫଟୋ ଜାଗାରେ ଲେଖାଯାଇଥିଲା ଯେ -କପିରାଇଟ୍ ନିୟମ ଉଲ୍ଲଂଘନ ଯୋଗୁଁ ଫଟୋକୁ ହଟାଯାଇଛି । ବହୁ ସମୟ ଧରି ଶାହଙ୍କ ଟ୍ୱିଟର ଆକାଉଣ୍ଟ ବିନା ପ୍ରୋଫାଇଲ୍ ଫଟୋରେ ରହିଥିଲା । ପରେ ଟ୍ୱିଟର ଶାହଙ୍କ ପ୍ରୋଫାଇଲ ଫଟୋକୁ ତାଙ୍କ ଆକାଉଣ୍ଟରେ ସ୍ଥାନିତ କରିଥିଲା । ତେବେ ଅମିତ ଶାହଙ୍କ ପ୍ରୋଫାଇଲ୍ ଫଟୋ ଉପରେ କେଉଁ ବ୍ୟକ୍ତି ସ୍ୱତ୍ୱାଧୀକାର ରହିଥିବା ଦାବି କରିଥିଲା ତାହା ଜଣାପଡି ନାହିଁ । ଅମିତ ଶାହଙ୍କ ଟ୍ୱିଟରରେ ପ୍ରାୟ 2.3 କୋଟି ଅନୁଗାମୀ ରହିଛନ୍ତି ।

Comments are closed.