ମାଲକାନଗିରି ଗସ୍ତରେ ଡିଜିପି, ବରିଷ୍ଠ ଅଧିକାରୀଙ୍କ ସହ ମାଓ ସ୍ଥିତି ନେଇ ସମୀକ୍ଷା

ମାଲକାନଗିରି – ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାଲକାନଗିରି ଗସ୍ତ କରିଛନ୍ତି । ଡିଜିପି ଅଭୟ ମାଲକାନଗିରି ଜିଲ୍ଲା ମୋଟୁ ସୀମା ଗସ୍ତ କରିଥିଲେ । ଏମଭି -୮୮ରେ ସେ ବିଏସଏଫ ଶିବିର ପରିଦର୍ଶନ କରି ଯବାନମାନଙ୍କ ସହ ଆଲୋଚନା କରିଛନ୍ତି ।

ବରିଷ୍ଠ ବିଏସଏଫ ଓ ପୋଲିସ ଅଧିକାରୀଙ୍କ ସହ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି । ଏହାଛଡା ରାଜ୍ୟ ସୀମାରେ ତନଖି ଓ ପ୍ରବର୍ତ୍ତନର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ଆତ୍ମସମର୍ପଣ କରି ସମାଜର ମୁଖ୍ୟଧାରାରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି ଡିିଜିପି । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ପ୍ରବୀଣ କୁମାରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.