କୋରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତା ସଂପନ୍ନ ଉପଦେଷ୍ଟା କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର- କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚ କ୍ଷମତା ସଂପନ୍ନ ଉପଦେଷ୍ଟା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି ଆଗାମୀ ଲହର ପାଇଁ ପ୍ରସ୍ତୁତି ଉପରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ । ଏହାଛଡା ଟିକାକରଣ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପରେ ବି କମିଟି ପରାମର୍ଶ ଦେବ । ଆଜି ପ୍ରେସମିଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଲକଡାଉନ ପରେ ୧୦ଟି ଜିଲ୍ଲାରେ ସଂକ୍ରମଣ ହାର ସମାନ ରହିଛି । କିଛି ଜିଲ୍ଲାରେ ସଂକ୍ରମଣ ହାର କମିବାକୁ ଆରମ୍ଭ କରିଛି । ପଶ୍ଚିମାଂଚଳ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ବୋଲି ସେ ସୂଚନା ଦେଇଛନ୍ତି ।

କମ୍ ସମୟରେ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବାରେ ଓଡିଶା ପ୍ରଥମ । ୩ କୋଟି ୮୦ ଲକ୍ଷ ଟିକା ଓଡିଶା କିଣିବ ବୋଲି ସେ ସୂଚନା ଦେଇଛନ୍ତି । ୪ ମାସ ଭିତର ଟିକା ଯୋଗାଇବାକୁ ସମୟ ଦିଆଯାଇଛି ।

Comments are closed.