ରାଜ୍ୟରେ ଫିଲ୍ମ ଓ ସିରିଏଲର ଉଭୟ ଆଉଟଡୋର୍‌, ଇଣ୍ଡୋର ସୁଟିଂ ଉପରେ କଟକଣା

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ରୋକ୍ ଲଗାଇଛନ୍ତି । ଫିଲ୍ମ ଓ ସିରିଏଲର ଉଭୟ ଆଉଟଡୋର୍ ଓ ଇନଡୋର୍ ସୁଟିଂ ହୋଇପାରିବ ନାହିଁ । ଏ ସଂପର୍କରେ ଏସଆରସିଙ୍କ ପକ୍ଷରୁ ଅଧିସୂଚନା ଜାରି ହୋଇଛି । ପଶ୍ଚିମବଙ୍ଗରେ ସୁଟିଂ ସେଟରୁ ଅନେକ ପଜିଟିଭ ବାହାରିବା ପରେ ଓଡିଶା ସରକାର ଏହି ପଦକ୍ଷେପ ନେଇଛନ୍ତି ।

Comments are closed.